କୋଭିଡ଼ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ; ପ୍ରଥମ ପର୍ଯ୍ୟାୟରେ 1,92,555 ଜଣ ଟୀକା ନେବେ |



ଓଡ଼ିଶାରେ 16 ତାରିଖରୁ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହେଉଛି; ସାରା ଭାରତରେ ଏ ଯୋଜନା ଏକାଦିନୁ ଚାଲିବ | ସେଥି ପାଇଁ ଓଡ଼ିଶାରେ ସବୁ ପ୍ରକାର ପ୍ରସ୍ତୁତ ହୋଇ ରହିଛି | 12 ତାରିଖ ଦିନ ପ୍ରଥମ ତୁହାର 4.08 ଲକ୍ଷ ଡୋଜ କୋଭିସିଲଡ଼ ଟିକା ଓଡ଼ିଶାରେ ପହଂଚିଛି,ଏବଂ 13 ତାରିଖରେ ଦ୍ଵିତୀୟ ତୁହାର 20000 କୋଭାକସିନ ଟିକା ମଧ୍ୟ ପହଂଚି ସାରିଛି | ସରକାରଙ୍କ ସୂଚନାନୁଶାରେ ପ୍ରଥମ ପର୍ଯ୍ୟାୟରେ 1,92,555 ଜଣ ସ୍ୱାସ୍ଥ୍ୟ କର୍ମୀ ଏ ଟିକା ନେବା ପାଇଁ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ସେଥି  ପାଇଁ 160 ଟି କେନ୍ଦ୍ର ସ୍ଥିର ହୋଇଛି |

ଏ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ, କୋଭିଡ ପରିଚାଳନା ଷ୍ଟିଅରିଙ୍ଗ କମିଟିର ବୈଠକ 13 ତାରିଖ ଦିନ ଅନୁଷ୍ଠିତ ହିଊଛି, ଯାହାର ଅଧ୍ୟକ୍ଷତା ମୁଖ୍ୟ ଶାସନ ସଚିବ, ଓଡିଶା ସରକାର  କରିଥିଲେ | ସେହିଦିନ ମୁଖ୍ୟ ଶାସନ ସଚିବ ପରିବାର କଲ୍ୟାଣ ଙ୍କ ସଭାପତିତ୍ୱରେ ଏହି ଐତିହାସିକ ଟିକାକରଣ ଯୋଜନାର ପ୍ରସ୍ତୁତି ସମୀକ୍ଷା ବୈଠକ ମଧ୍ୟ ହୋଇ ସାରିଛି |

14 ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଟୀକା ପହଂଚିଛି | ଏ ପରିପେକ୍ଷୀରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ପହଂଚିଛି |

ତେବେ, 14 ତାରିଖ ସୁଦ୍ଧା ଓଡ଼ିଶାରେ 3,32,763 ଜଣ ଏ କରୋନା ଭୁତାଣୁର ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ 3,28,832 ଜଣ ସୁସ୍ଥ ହୋଇ ସାରିଲେଣି, ଏବଂ 1949 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି  | ଅତଏବ ଆଜି ଓଡ଼ିଶାରେ ସକ୍ରିୟ କୋଭିଡ ପିଡୀତଙ୍କ ସଂଖ୍ୟା 1949 ଅଟେ |



Leave a Reply

Your email address will not be published. Required fields are marked *