କୋଭିଡ ଆତଙ୍କ : ଓଡ଼ିଶାରେ ଶନିବାରଠୁ ରାତି କର୍ଫ୍ୟୁ, 10 ଜିଲ୍ଲାରେ ସପ୍ତାହନ୍ତ ସଟ -ଡାଉନ

ଓଡିଶା ସରକାର ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ଲଗେଇଛନ୍ତି | ଏଇ ପାଞ୍ଚ ତାରିଖରୁ ଛତିଶଗଡ ଆଉ ଝାଡ଼ଖଣ୍ଡ କୁ ଲାଗି ୧0 ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗିଛି | ଶନିବାରଠୁ ଓଡ଼ିଶାର ବାକି 20 ଜିଲ୍ଲାରେ ଏହା ଲାଗୁ ହେଇଯିବ | ତେବେ ଏଇ ନୂଆ 20 ଜିଲ୍ଲାରେ କର୍ଫ୍ୟୁ ରାତି ୯ ଟାରୁ ସକାଳ ୫ ଟା ଯାଏ ରହିବ| କିନ୍ତୁ ପୂର୍ବ 10 ଜିଲ୍ଲାରେ କର୍ଫ୍ୟୁ ସନ୍ଧ୍ୟା 6 ଟାରୁ ଆରମ୍ଭ ହେଇଯିବ, ତା ସହିତ ସେଠି ସପ୍ତାହନ୍ତ 2 ଦିନ ଲକଡାଉନ ବି ରହିବ|ତେବେ କେବଳ ସହରାଂଚଳସବୁ ଏ ଲକ -ଡାଉନ ଆଉ କର୍ଫ୍ୟୁର କଟକଣା ଭିତରେ ରହିବେ, ଗାଁଗହଳି ମାନଙ୍କୁ ଏଥିରୁ ଛାଡ଼ ଦିଆ ଯାଇଛି | କିନ୍ତୁ , ସରକାର ଆଉ ଗୁଡିଏ କୋଭିଡ କଟକଣା ଜାରି କରିଛନ୍ତି ଯାହା ରାଜ୍ୟ ସାରା ସମାନ ଭାବରେ ଲାଗୁହେବ | ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଆସି ସାରକଙ୍କର ଏ ନିଷ୍ପତି ଜଣେଇଥିଲେ |ରାଜ୍ୟରେ ଆଉ ଦେଶରେ ଦିନକୁ ଦିନ ଖରାପ ହେଇଚାଲୁଥିବା କୋଭିଡ ସଂକ୍ରମଣକୁ ଦେଖି ଏ ପଦକ୍ଷେପ ନିଆଯାଇଛି ବୋଲି ସେ କହିଲେ | ସେ ଏକଥା ବି କହିଲେ ଯେ, ପରିସ୍ଥିତିକୁ ମାପି ସରକାର ବେଳ କୁ ବେଳ କଟକଣା ଜାରି କରୁଛନ୍ତି; କୋଭିଡ ଦିଶାନିର୍ଦେଶ ବି ଦେଉଛନ୍ତି ତଥାପି ରୋଗ କାବୁ ହେଉନି | ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ କୁହାଗଲା , ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଗଲା, ଶେଷରେ ଛତିଶଗଡ କୁ ଲାଗି 10 ଜିଲ୍ଲାରେ ରାତି କର୍ଫ୍ୟୁ ବି ଲାଗିଲା କିନ୍ତୁ ଅବସ୍ଥାରେ ସେମିତି କିଛି ସୁଧାର ଦେଖିବାକୁ ମିଳିଲାନି, ବରଂ ଦୈନିକ ରୋଗୀ ସଂଖ୍ୟା ବଢି ବଢି 3,000 ପାଖେଇଲାଣି | ଗତ 24 ଘଣ୍ଟା ରେ ଓଡ଼ିଶାରେ 2989 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡ, ଯେଉଁଠି ରାତି କର୍ଫ୍ୟୁ 5 ତାରିଖରୁ ଲାଗିଛି ସେଠି ଆଜି 631 ଜଣ ସଂକ୍ରମିତ ବାହାରିଛନ୍ତି | ଦେଶରେ ବି କରୋନା ଚିନ୍ତାଜନକ ଭାବରେ ମାଡି ମାଡି ଚାଲିଛି, ଆଜି ଗୋଟିଏ ଦିନରେ 2 ଲକ୍ଷ ରୋଗୀ ରେକର୍ଡ ହେଇଛି | ଏମିତିରେ ସରକାର କୋଭିଡ କଟକଣାକୁ ଆହୁରି କଡା ଆଉ ପ୍ରସାରିତ କରିଛନ୍ତି |

https://twitter.com/IPR_Odisha/status/1382688000249892865

ଛତିଶଗଡ ଆଉ ଝାଡ଼ଖଣ୍ଡ କୁ ଲାଗିକି ଥିବା 10 ଟି ଜିଲ୍ଲାର ସବୁ ସହରାଞ୍ଚଳରେ ରାତି କର୍ଫ୍ୟୁ 5 ତାରିଖରୁ ଲାଗିଛି, ଏ ଆଦେଶ ଅନୁସାରେ ସେଠି କର୍ଫ୍ୟୁ ସମୟ ଆଉ 4 ଘଣ୍ଟା ବଢ଼େଇ ତାକୁ ସନ୍ଧ୍ୟା 6 ଟାରୁ ସକାଳ 5 ଟା ଯାଏ କରାଯାଇଛି | ବର୍ତ୍ତମାନ ରାଜ୍ୟରେ ସବୁଠୁ ଅଣାୟତ ଅବସ୍ଥାରେ କରୋନା ଥିବା ସୁନ୍ଦରଗଡ଼ ଜିଲ୍ଲା ତ ଏଇ 10 ଭିତରେ ଅଛି ତା ସହିତ ପଶ୍ଚିମ ଓଡିଶାରୁ ଝାରସୁଗୁଡା, ବରଗଡ଼, ସମ୍ବଲପୁର ବି ସନ୍ଧ୍ୟା 6 ରୁ ସକାଳ 5 କର୍ଫ୍ୟୁ ଶ୍ରେଣୀରେ ଅଛନ୍ତି | ବାକି 5 ଜିଲ୍ଲା ହେଲେ ପଶ୍ଚିମ ଓଡିଶାରୁ ଆଉ 4 – ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ଏବଂ କୋରାପୁଟ ଓ ମାଲକାନଗିରି| ଏଇ 10 ଜିଲ୍ଲାରେ ରାତି କର୍ଫ୍ୟୁ ତ ଲାଗିବ ତା ସହିତ ସବୁ ଶନିବାର ଆଉ ରବିବାର ଲକ-ଡାଉନ ରହିବ | ରାଜ୍ୟର ବାକି 20 ଜିଲ୍ଲାରେ କର୍ଫ୍ୟୁ ରାତି 9 ରୁ ସକାଳ 5 ଯାଏ ରହିବ |

Leave a Reply

Your email address will not be published. Required fields are marked *