ହଜାରେ ଟପିଲା ଓଡ଼ିଶାରେ କରୋନା ରୋଗୀ ,ଆଜି ବାହାରିଲେ 74 ନୂଆ ରୋଗୀ, ଜଣଙ୍କର ମୃତ୍ୟୁ

ଆଜି 74 ଜଣ ନୂଆ କରୋନା ରୋଗୀଙ୍କ ସୂଚନା ଆସିବାପରେ ଓଡ଼ିଶାରେ ଏହାର ମୋଟ ସଂଖ୍ୟା 19 ତାରିଖ ସୁଦ୍ଧା 1052 ହେଇଚି |ରାଜ୍ୟ ସରକାରଙ୍କର ସୂଚନାନୁଶାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି | ଏହାଛଡା ଓଡ଼ିଶାର 24ତମ ଜିଲ୍ଲା ହିସାବରେ ଏହି ମହାମାରୀ କାଲି ମାଲକାନଗିରିରେ ମଡ଼ା ପକେଇଚି |

ଆଗରୁ କରାଯାଉଥିବା ଆଶଙ୍କାର ଅନୁରୂପ, ଓଡିଶାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାରାକରି କରାନା ରାଜ୍ୟରେ ଏବେ ମାତିବାର ଲାଗିଛି | କାଲି ଧରାପଡିଥିବା 74 ମାମଲା ଭିତରୁ 72 ଜଣ ହେଉଛନ୍ତି ଏହି ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ | ଅବଶ୍ୟ ସମସ୍ତେ କ୍ୱାରେଣ୍ଟିନ କେନ୍ଦ୍ରରୁ ଧରାପଡ଼ିଛନ୍ତି ଯାହା ଆଶ୍ୱାସନାର ବିଷୟ |କେବଳ 2 ଟି ସ୍ଥାନୀୟ ମାମଲା ବୋଲି ସୂଚନା ଦିଆଯାଇଛି |

ଖୋର୍ଦ୍ଧା ଜିଲ୍ଲାରେ ଜଣେ 70 ବର୍ଷୀୟ ବ୍ୟକ୍ତି କରୋନାରେ ପପ୍ରାଣ ହରେଇଛନ୍ତି | ଏଥିସହିତ ଓଡିଶାରେ କରୋନା 6 ଜଣଙ୍କ ଜୀବନ ନେଇସାରିଲାଣି, ସେଥିରୁ 4 ଜଣଙ୍କ ମୃତ୍ୟୁ ଏଇ ଦଶ ଦିନ ଭିତରେ ହୋଇଛି- ଅର୍ଥାତ ଓଡିଶାକୁ ପ୍ରବାସୀ ଶ୍ରମିକଙ୍କ ପ୍ରବାହ ପରେ ପରେ |

କାଲି ଆବିଷ୍କୃତ 74 ମାମଲାରୁ 2ଟି ମାଲକାନଗିରିରୁ ଆସିଛି | ଦକ୍ଷିଣ ଓଡ଼ିଶାର ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହା ହେଉଛି କରୋନାର ପ୍ରଥମ ଚିହ୍ନ|ସେହିପରି 40 ଦିନ ପରେ ଢେଙ୍କାନାଳ ଜିଲ୍ଲାରେ ପୁଣିଥରେ ଏ ମହାମାରୀ ଆତ୍ମପ୍ରକାଶ କରିଛି- ଢେଙ୍କାନାଳରୁ କାଲି ଗୋଟିଏ ମାମଲା ଆସିଛି |ବୌଦ୍ଧ ଜିଲ୍ଲାରୁ ସବୁଠାରୁ ଅଧିକ 28 ଚିହ୍ନଟ ହୋଇଛନ୍ତି ଫଳରେ ସେଠି ରୋଗୀଙ୍କ ସଂଖ୍ୟା ଏକାଥରକେ 33 ରେ ପହଂଚି ଯାଇଛି |

ପ୍ରାୟ ଏକ ମାସ କରୋନାଠୁ ସୁରକ୍ଷିତ ରହିବାପରେ ଏବେ ପୁରୀ ଜିଲ୍ଲାର ବ୍ୟୁହ ମଧ୍ୟ ଖୋଲିଗଲାପରି ମନେହେଉଛି | କାଲି ସେଠୁ 11 ଜଣଙ୍କଠାରେ କରୋନା ଚିହ୍ନଟ ହୋଇଛି ଏବଂ ଏ ସଂଖ୍ୟ ଯାଇ 44 ଛୁଇଁଛି |ପୁରୀକୁ ପ୍ରଥମେ କାରଣ ପ୍ରବେଶ କରିଥିଲା ଗତମାସ 3 ତାରିଖରେ କିନ୍ତୁ ସେଠି ଆଉ ଆଗକୁ ବଢି ପାରିନଥିଲା | ତେବେ ଏଇ ମାସ ଦଶ ତାରିଖରେ ପୁଣିଥରେ ଏହାର ଆବିର୍ଭାବ ହେଲା ଏବଂ ତା ପରଠୁ ଏହା ବଢି ବଢି ଚାଲିଛି- ଅବଶ୍ୟ ସବୁ ରାଜ୍ୟ ବାହାରୁ ଆସି ଏଠି ଧାରା ପଡୁଛନ୍ତି, ଏପର୍ଯ୍ୟନ୍ତ କରୋନା ସ୍ଥାନୀୟ ଲୋକଙ୍କୁ ଛୁଇଁଥିବା ପ୍ରମାଣ ମିଳିନି |

ସେହିପର କଟକ ଜିଲ୍ଲାରେ ବି କରୋନାର ଅଭିଯାନ ମାସେ ପରେ ବେଗ ଧରୁଛି | ପୁରୀ ପରି ସେଠି ମଧ୍ୟ କରୋନାର ପ୍ରଥମ ପାଦ ଗତମାସ 3 ତାରିଖରେ ପଡିଥିଲା ସେଠୁ ମାସେ ପରେ ଯାଇ ଦ୍ଵିତୀୟ ମାମଲା ଦେଖାଦେଲା | କିନ୍ତୁ ତା ପରେ ବଢି ବଢି 33 ହେଲାଣି |ଗତ କାଲିର ଯୋଗଦାନ ହେଉଛି 9|

ଗଂଜାମର କରୋନା ସଂଖ୍ୟାରେ କାଲି ଆଉ 6 ବଢିଛି, ତେବେ ଯେଉଁ ବେଗରେ ସେଠି କରୋନା ବଢୁଛି ତା ତୁଳନାରେ ଏ ସଂଖ୍ୟା ଟିକେ ଅସ୍ବସ୍ତିକର | ଏଇ ମାସ 2 ତାରିଖର ଗଞ୍ଜାମରେ ପ୍ରଥମ କରୋନା ଧରାପଡିଥିଲା କିନ୍ତୁ ମାତ୍ର 15 ଡ଼ିଏନଏ ଏ ସଂଖ୍ୟା 300 ଟପି ଆଜି 313 ହେଇଚି | ଓଡ଼ିଶାର 30 ପ୍ରତିଶତ କରୋନା ମାମଲା ଏବେ ଗଂଜାମର ଅଛି |

Leave a Reply

Your email address will not be published. Required fields are marked *