ଯାଜପୁରରୁ ତିନ ନୂଆ କରୋନା ଆକ୍ରାନ୍ତ ସହିତ ଓଡିଶାରେ ସଂଖ୍ୟା ହେଲା 128 |

ଆଜି ଆଉ ତିନ କରୋନା ପଜିଟିଭ ବାହାରିବା ପରେ ଓଡ଼ିଶାରେ ଏ ସଂଖ୍ୟା 128 ରେ ପହଂଚିଛି |ନୂଆ ତିନ ଆକ୍ରାନ୍ତ ଯାଜପୁରର , ଏବଂ ସେଥିରୁ ଦୁଇଜଣ ପଶ୍ଚିମ ବଙ୍ଗ ଫେରନ୍ତା ଆଉ ଜଣେ ପଶ୍ଚିମ ବଙ୍ଗ ଫେରାନ୍ତଙ୍କଠାରୁ ଏ ଭୁତାଣୁ ପାଇଛନ୍ତି | ଏଥି ସହିତ ଯାଜପୁରରେ ଚିହ୍ନଟ କରୋନା ରୋଗୀଙ୍କ ସଂଖ୍ୟା 22 ହେଇଚି |ଖୋର୍ଦ୍ଧା ଜିଲ୍ଲା ପରେ ବର୍ତମାନ ଯାଜପୁରରେ ସବୁଠାରୁ ଅଧିକ କରୋନା ରୋଗୀ ଅଛନ୍ତି ଆଉ ଏ ସଂଖ୍ୟା ଖୁବ ବେଗରେ ବଢୁଛି |

ଯାଜପୁରରେ ପ୍ରଥମ କରୋନା ମାମଲା ଏପ୍ରିଲ 3 ରେ ଆସିବା ପରେ ଦ୍ଵିତୀୟ ମାମଲା ଦଶ ଦିନପରେ ଆସିଥିଲା|ଏବଂ ତା ପରେ 20 ତାରିଖରେ ଯାଇ ଏକାଥରକେ 5 ଆକ୍ରାନ୍ତ ଧରାପଡ଼ିଲେ ଏବଂ ସେଦିନୁଁ ସେଠି କରୋନା ଫୁଟିବାରେ ଲାଗିଛି | ଯାଜପୁରର ମୋଟ 22 ମାମଲାରୁ 20 ଟି ଗତ 9 ଦିନରେ ଆସିଛି |ଏବଂ, ଏ ସବୁଯାକ ମାମଲା ପଶ୍ଚିମ ବଙ୍ଗରୁ ଫେରିଥିଲେ କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ |

ତେବେ ପଶ୍ଚିମ ବଙ୍ଗ ଫେରନ୍ତାଙ୍କ ପାଇଁ ଓଡ଼ିଶାର ବ୍ୟବସ୍ଥା ଏବେ ଚିନ୍ତାରେ ପଡିଯାଇଛି | ଉଣେଇଶ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ 61 ରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ଏଇ 10 ଦିନରେ 122 ରେ ପହଂଚିଛି | ତାଠାରୁ ବଡ କଥା ହେଲା ଏମାନଙ୍କ ପାଇଁ ଏଇ ଦଶ ଦିନରେ ଏ ମାରାତ୍ମକ ରୋଗ 5 ନୂଆ ଜିଲ୍ଲାକୁ ଆକ୍ରମଣ କରିପାରିଛି |ପଶ୍ଚିମ ବଙ୍ଗର ନିକଟତର ଜିଲ୍ଲା ହିସାବରେ ବାଲେଶ୍ୱର, ଭଦ୍ରକ ଆଉ ଯାଜପୁର ସ୍ୱାଭାବିକ ଭାବରେ ଏହାର ପ୍ରଭାବରେ ରହିବାର ଆଶଙ୍କା ରହିଛି, କିନ୍ତୁ କୋରାପୁଟରେ ପଶ୍ଚମ ବଙ୍ଗରୁ ଆସି କରୋନା ପହଂଚଛି | ଗତ କାଲି ଏ ତାଲିକାରେ ଝାରସୁଗୁଡା, ଦେଓଗଡ ଏବଂ କେଉଁଝର ଯୋଡି ହୋଇଯାଇଛି |

ଏହାର ଭୟାବହତା ଅନୁମାନ କରି ଓଡିଶା ସରକାର ସୀମାରେ ପହରା ବଢ଼େଇ ଦେଇଛନ୍ତି | ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପଶ୍ଚିମ ବଙ୍ଗ ଫେରାନ୍ତଙ୍କୁ ଆଗକୁ ଆସି ନିଜ ପରିଚୟ ପ୍ରକାଶ କରିବା ସହିତ ସରକାରଙ୍କ କଥା ମାନି ରହିବାକୁ କହିଛନ୍ତି |

Leave a Reply

Your email address will not be published. Required fields are marked *