ଓଡ଼ିଶା

ଜଗତସିଂହପୁରରେ ପଶିଲା କରୋନା, ଆଜି 9 ଚିହ୍ନଟ;4 ଜଗତସିଂହପୁରରୁ

ଜଗତସିଂହପୁରରେ ଆଜି 4 ଜଣଙ୍କ ଦେହରେ କରୋନା ଭୁତାଣୁ ଧରା ପଡିଛି |ଏଥି ସହିତ ଜଗତସିଂପୁରକୁ ବି କରୋନା ମାଡିଛି |ସରକାରୀ ସୂଚନା ଅନୁଶାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମସ୍ତ 4 ଜଣ ସୁରାଟରୁ ଫେରିଛନ୍ତି |

ଗତ ପନ୍ଦର ଦିନ ହେବ ପଶ୍ଚିମ ବଙ୍ଗ ଏକକ ଉତ୍ସ ହିସାବରେ ଓଡ଼ିଶାର କରୋନା ମତ୍ରା ବଢ଼େଇ ଚାଲିଛି |ଏବେ ଏଥିରେ ସୁରଟର ଯୋଗଦାନ ଆରମ୍ଭ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି |ଦୁଇ ତାରିଖରେ ସୁରାଟରୁ ଆସି କରୋନା ପ୍ରଥମେ ଗଞ୍ଜାମରେ ପହଁଚିଲା, ତା ପରଠୁ ଏଇ ତିନି ଚାରି ଦିନରେ ଗଂଜାମରୁ ପୁଣି 3, କଟକରୁ ଜଣେ ଏବଂ ଆଜି ଜଗତସିଙ୍ଘପୁର 4 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି |

ଗୁଜୁରାଟରେ ବର୍ତମାନ ପାଖାପାଖି 6 ହଜାର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ମହାରାଷ୍ଟ୍ର ପରେ ଏହା ଦେଶର ଦ୍ଵିତୀୟ ସ୍ଥାନରେ ରହିଛି | ସୁରଟରେ କରୋନା ରୋଗୀଙ୍କ ସଂଖ୍ୟା 700 ଟପି ସାରିଲାଣି |ଏମିତିରେ ଓଡିଶା ପାଇଁ ଗୁଜୁରାଟ ଆଉ ସୁରଟ ଯେ କରୋନା ବିପଦର ଏକ ବଡ ଉତ୍ସ, ଏହା ଏକ ସ୍ୱାଭାବିକ ଆଶଙ୍କା |

ପାଖାପାଖି 5 ଲକ୍ଷ ପ୍ରବାସୀ ଓଡିଶା ଫେରିବାକୁ ନାଁ ପଞ୍ଜିକରଣ କରିଛନ୍ତି, ସେଥିରୁ ଅଧିକାଂଶ ଗୁଜୁରାଟରୁ ଫେରିବାର ଅଛି |ପ୍ରାୟ 17 ହଜାର ଶ୍ରମିକ ଓଡିଶା ଆସି ସାରିଲେଣି |ତେଣୁ ସେହି ଅନୁପାତରେ ଏକ ବଡ ଆହ୍ୱାନ ଅପେକ୍ଷା କରି ରହିଛି | ତେବେ ସରକାର ଏହାକୁଯେ ଅନୁମାନ କରି ନାହାନ୍ତି ସେମିତି କୁହାଯାଇପାରିବ ନାହିଁ | ତାକୁ ମୁକାବିଲା କରିବା ପାଇଁ ବ୍ୟବସ୍ଥା ନିଜକୁ ପ୍ରସ୍ତୁତ ବି କରିରଖିଚି |ତେଣୁ ଏ ପର୍ଯ୍ୟନ୍ତ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନ ରେ ହିଁ ଧାରା ପଡିଯାଇଛନ୍ତି |

ତେବେ ଏ ଆହ୍ୱାନ କେତେବଡ ହୋଇପାରେ ଏବଂ ସ୍ଥାନଊପରେ କଣ ନୂଆ ବାହାରକୁ ଆସିପାରେ ଏବଂ ତାକୁ ମୁକାବିଲା କରିବାକୁ ବ୍ୟବସ୍ଥା କେତେଦୂର ପ୍ରସ୍ତୁତ ଅଛି ତାହା ଏକ ବଡ ପରିଣାମ ନିର୍ଭର କରିବ |ଗଞ୍ଜାମରେ ଏକ କ୍ୱାରେଣ୍ଟିନ ସୁବିଧାରେ ଅନ୍ତେବାସୀଙ୍କ ଦ୍ୱାରା ବିଶୃଙ୍ଖଳାର ଖବର ସାମ୍ନାକୁ ଆସିବା ପରେ ସରକାର କଠୋର ବାଣୀ ଶୁଣେଇଛନ୍ତି | ଏବଂ, ନିଜପଟୁ ବି ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି |ତଥାପି ଏମିତି ସଂଘର୍ଷ ଏକାଥରକେ ବନ୍ଦ ହେଇଯିବ କେହି ଆଶାକରିବେନି |

ଆଜି ଚିହ୍ନଟ ହୋଇଥିବା 9 ଆକ୍ରାନ୍ତଂକ ମଧ୍ୟରୁ ଜଗତସିଂପୁରର 4 ଜଣଙ୍କ ଛଡା, ଯାଜପୁରରୁ 2ଜଣ ଏବଂ କେନ୍ଦ୍ରାପଡ଼ା, ବାଲେଶ୍ୱର ତଥା ଗଂଜାମରୁ ଜଣେ ଜଣେ ଅଛନ୍ତି | ରାଜ୍ୟର ମୋଟ ସଂଖ୍ୟା 185 ରେ ପହଂଚିଛି |

Leave a Reply

Your email address will not be published. Required fields are marked *