ଓଡ଼ିଶା

ଛେଣ୍ଡିପଦାରେ ଶତାଧିକ ବିଜେପି କର୍ମୀ ବିଜେଡ଼ରେ ଯୋଗଦେଲେ, କିଛି ଦିନର ବିରତି ପରେ ନୂଆ ସମରସଜ୍ଜା ଆରମ୍ଭ

ଅନୁଗୁଳ : ଆଜି ଛେଣ୍ଡିପଦାରେ ଶତାଧିକ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି | ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହରା ଏହାର ପୌରୋହିତ୍ୟ କରିଥିଲେ | ରାଜନୈତିକ ଜଗତରେ ଏମିତି କାର୍ଯ୍ୟକ୍ରମ ସ୍ୱାଭାବିକ ହୋଇଥାଏ, ଅବଶ୍ୟ  ଆଜିକାଲିର ରାଜନୀତିରେ ଏହା ଟିକେ ଅଧିକ  ମାତ୍ରରେ ହେଉଥିବା ଦେଖିବାକୁ ମିଳୁଛି |ତେବେ ଏସବୁ ସାଧାରଣତଃ ନିର୍ବାଚନ ରଣନୀତିର ଅଂଶ ଭାବରେ ପ୍ରକାଶ ପାଇଥାଏ, କିନ୍ତୁ  ଛେଣ୍ଡିପଦାରେ ଆଜିର ଏ କାର୍ଯ୍ୟକ୍ରମର ଅର୍ଥ କଣ ହୋଇପାରେ ? କିଛିଦିନ ତଳେ, ଅର୍ଥାତ ଗତ ମାସ 27 ତାରିଖରେ ଢେଙ୍କାନାଳରେ ମଧ୍ୟ ଏମିତି ଏକ କାର୍ଯ୍ୟକ୍ରମରେ କିଛି ବିଜେପି କର୍ମୀ ବିଜେଡି ରେ ଯୋଗ ଦେଇଥିଲେ | ଏହା  ଠିକ ତା ପରଦିନ ହେଇଥିଲା ଯେଉଁଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରେ ଏକ ବଡ ଚାଷୀ ସମାବେଶ କରି ସେଠୁ ଫେରିଥିଲେ | ଶ୍ରୀ ପ୍ରଧାନ ହେଉଛନ୍ତି ଓଡିଶାରେ ଆଜିର ତାରିଖରେ ବିଜପିର ସବୁଠାରୁ କ୍ଷମତାଶାଳୀ ନେତା , କେନ୍ଦ୍ର ରାଜନୀତିରେ ବି  ତାଙ୍କର ବହୁତ ପ୍ରଭାବ ରହିଛି | ଆଉ ଅଭିଭକ୍ତ ଢେଙ୍କାନାଳ ହେଉଛି ତାଙ୍କର ନିଜ ଅଂଚଳ |  ତେଣୁ ଛେଣ୍ଡିପଦାରେ ଆଜିର ଘଟଣା ଆଉ ଢେଙ୍କାନାଳରେ ସେଦିନର ସେ କାର୍ଯ୍ୟକ୍ରମର ଏକ ରାଜନୈତିକ ସନ୍ଦେଶ ରହିଛି ବା ଏହା ରାଜ୍ୟରେ ବର୍ତମାନ ଉଠିଥିବା ରାଜନିତାର ଏକ ପ୍ରଭାବ|  ପ୍ରକାଶ  ଥାଉକି, ଛେଣ୍ଡିପଦା ବିଧାନ ସଭା କ୍ଷେତ୍ର ହେଉଛି ଅନୁଗୁଳ ଜିଲ୍ଲା ଏବଂ ଅଭିଭକ୍ତ ଢେଙ୍କାନାଳର ଅଂଶ , ଯଦିଓ ଏହାର ଲୋକ ସଭା କ୍ଷେତ୍ର ସମ୍ବଲପୁର ଅଟେ | ଅତଏବ ଏବଂ, ଛେଣ୍ଡିପଦାର ଆଜିର ଏ ରାଜନୀତିକୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ରାଜନୀତିର ପରିପେକ୍ଷୀରେ ଦେଖିବାର ଆବଶ୍ୟକତା ରହିଛି |

ବିଧାନସଭା ସୀମା ପୁନଃନିର୍ଧାରଣ ପ୍ରକ୍ରିୟାରୁ ଛେଣ୍ଡିପଦା 2009 ମସିହାରେ ଏକ ସ୍ୱତନ୍ତ୍ର ବିଧାନସଭା କ୍ଷେତ୍ର ଭାବରେ ଅସ୍ଥିତ୍ବକୁ ଆସିଥିଲା | ତା ପୂର୍ବରୁ ଏହାର କିଛି ଅଂଶ ଆଠମଲ୍ଲିକ ଆଉ କିଛି ଅଂଶ ଅନୁଗୁଳରେ ରହିଥିଲା |ଯଦିଓ, ବିଜେପି ସେଠି ଆଜି ଏକ ବଳିଷ୍ଠ ରାଜନୈତିକ ସଂଗଠନ ଭାବରେ ନିଜକୁ ସ୍ଥାପିତ କରିପାରିଛି ,ପାରମ୍ପରିକ ଭାବରେ ଏଠି ବିଜେଡି ଏବଂ କଂଗ୍ରେସ ଦୁଇ ମୁଖ୍ୟ ରାଜନୈତିକ ପ୍ରଭାବ ଭାବରେ ରହି ଆସୁଥିଲେ, 2009 ପୂର୍ବରୁ ଯେତେବେଳେ ବିଜେଡି ଏବଂ ବିଜେପି ମେଣ୍ଟରେ ଥିଲେ, ଏବଂ ତା ପରେ ମଧ୍ୟ ଯେତେବେଳ ମେଣ୍ଟ ଭାଙ୍ଗିଲା ଏବଂ ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ଆତ୍ମପ୍ରକାଶ ହେଲା | 2009 ରେ ବିଜେପି ତାର ପ୍ରାର୍ଥୀ ଦେଇଥିଲା କିନ୍ତୁ ମାତ୍ର 6904 ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା,ଏପରିକି 2014 ରେ ମଧ୍ୟ ଏ ରାଷ୍ଟ୍ରୀୟ ଦଳର ଅବସ୍ଥା କିଛି ବି ସୁଧୁରି ନଥିଲା |ସେ ଦୁଇ ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ପରେ ବିଜେଡି ଜିତିଥିଲେ | 2009 ରେ ଖଗେଶ୍ୱର ବେହେରା 45 ପ୍ରତିଶତ ଭୋଟ, ଏବଂ 2014 ରେ ସୁଶାନ୍ତ ବେହେରା 44 ପ୍ରତିଶତ ଭୋଟ ନେଇ ବିଜେଡି ଟିକେଟରେ ଜିତିଥିଲେ | କଂଗ୍ରେସ ରୁ ଲଢ଼ି ଅଗସ୍ତି ବେହେରା ଦୁଇଥର ଯାକ ଦ୍ଵିତୀୟ ସ୍ଥାନରେ ରହିଥିଲେ | ଅବଶ୍ୟ, 2019 ନିର୍ବାଚନରେ ମଧ୍ୟ ଅଗସ୍ତି ବେହେରାଙ୍କୁ ସେଇ ଦ୍ଵିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା, କିନ୍ତୁ ଏଥର ସେ ବିଜେପି ପତାକା ତଳେ ରହି ଲଢ଼ିଥିଲେ | ସେ 41 ପ୍ରତିଶତ ଭୋଟ ହାସଲ କରିଥିଲେ, ଫଳରେ କେବେ ମାତ୍ର 5/6 ପ୍ରତିଶତ ଭୋଟରେ ସୀମିଟିକି ରହୁଥିବା ବିଜେପି 2019 ରେ ଛେଣ୍ଡିପଡ଼ାରେ ଏକ ବଡ ଶକ୍ତି ହେଇଗଲା |ଏବଂ, ଅଗସ୍ତି ବେହେରା ବିଜପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତମ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ହିସାବରେ ଗଣନା  ହୁଅନ୍ତି | ଗତ ନିର୍ବାଚନରେ ବିଜପିର ଆକ୍ରମଣାତ୍ମକ ରଣନୀତି ଅନ୍ତର୍ଗତ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳରେ ଯେଉଁ  ଦୁଇଟି ବଡ  ଚାଲ ଚଲେଇ ଥିଲେ ସେଥିରୁ ଛେଣ୍ଡିପଦାରେ ଅଗସ୍ତିଙ୍କୁ କଂଗ୍ରେସରୁ ନିଜ ଦଳକୁ ଆଣିବା ଅନ୍ୟତମ |

ଏଇ ମାସେ ଦୁଇ ମାସ ହେବ ଓଡ଼ିଶାରେ ବିଜେଡି ଆଉ ବିଜେପି ସମ୍ପର୍କେରେ ଆଲୋଡନ ଉପରକୁ ବାହାରି ଆସୁଥିବା ଦେଖିବାକୁ ମିଳିଛି |ପରି ହତ୍ୟାକାଣ୍ଡକୁ ନେଇ ବିଜେପି ଶାସକ ବିଜେଡି ଉପରେ ଖୁବ ଆକ୍ରମଣାତ୍ମକ ହୋଇ ପଡିଛି; ମାହାଙ୍ଗାରେ ନିଜର ଦୁଇ ନେତାଙ୍କ ହତ୍ୟାକୁ ନେଇ ବିଜେପି ଏକ ରାଜ୍ୟ ବ୍ୟାପି ଆନ୍ଦୋଳନ ଆରମ୍ଭ କରିଛି | ତା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ବିଜେପି ଆଉ ବିଜେଡି ମଧ୍ୟରେ ଗୋଟେ ଦଫା ଲଢେଇ ଏବେ ସାରିଛି | ଗତ ନିର୍ବାଚନ ପରଠୁ ଏମିତି ସବୁ ଯୋଜନାରେ କିଛିଟା ବିରତ ଲାଗିଯାଥିଲେ ପରି ମନେ ହେଉଥିଲା|ବିଜେପି କେନ୍ଦ୍ରରେ ଆଉ ବିଜେଡି ରାଜ୍ୟରେ ନିଜ ନିଜ ସରକାର ବଜେଇ ରଖିବା ପରେ ରାଜ୍ୟ ସ୍ୱାର୍ଥ ଦ୍ଵାହିଦେଇ ଓଭଏ ଯେମିତି ଯୁଦ୍ଧ ବିରତି ପାଳନ କରୁଥିଲେ|   ଅବଶ୍ୟ ଗତ ନିର୍ଵାଚରେ ଏ ଦୁଇ ଦଳ ମଧ୍ୟରେ ଯେଉଁ ପ୍ରକାର ଘମାଘୋଟ ଦେଖାଦେଇଥିଲା ତାହା ଆଗରୁ କେବେ ଦେଖାଯାଇନଥିଲା | କିନ୍ତୁ, ଏଇ ନିକଟରେ ନବୀନ ପଟନାୟକ କେନ୍ଦ୍ରର କୃଷି ଆଇନକୁ ସମାଲୋଚନା କରିଛନ୍ତି | ବିଜେଡ଼ର ପ୍ରତିଷ୍ଠା ଦିବସରେ ସେ କେନ୍ଦ୍ର ବିରୁଦ୍ଧରେ ଏକପ୍ରକାର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖେଇଛନ୍ତି | ସେପଟେ, ଢେଙ୍କାନାଳ ସଭାରେ ଧର୍ମେନ୍ଦ୍ର ପ୍ରଧାନ ବି ନବୀନ ପଟନାୟକଙ୍କ ଯେଉଁ ଅନ୍ଦାଜ ରେ ସମାଲୋଚନା କରିଛନ୍ତି ସେଥିରୁ ମନେ ହେଉଛି ବିଜେପି ଆଉ ବିଜେଡି ଲଢ଼େଇର ଆଉ ଏକ ଢେଉ ଦେଖିବାକୁ  ମିଳିବ |

 ଏ ସବୁ କୁ ବିଚାର କଲେ ଆଜିର ଛେଣ୍ଡିପଦା କାର୍ଯ୍ୟକ୍ରମ ତାର ଏକ ଉପକ୍ରମ ହୋଇପାରେ | 

Leave a Reply

Your email address will not be published. Required fields are marked *