କଟକଣା ଭିତରେ ଅନୁଗୁଳରେ ନୂଆ ବର୍ଷକୁ ସ୍ୱାଗତ : ସରକାରଙ୍କ କୋଭିଡ କଟକଣାକୁ ଲୋକଙ୍କ ସହଯୋଗ

ଅନୁଗୁଳ:  କରୋନା ମହାମାରୀ ଛାୟାରେ ଏ ନୂଆ ବର୍ଷ- ନୂଆ ଆଶାକୁ ଦେଖିବାର ଉତ୍ସାହ ତ ଥିଲା, କିନ୍ତୁ ଅନୁଗୁଳରେ ଲୋକେ ଏ ଉତ୍ସାହକୁ ନିୟନ୍ତ୍ରଣ କରିଛନ୍ତି| ନୂଆ ବର୍ଷର ସ୍ୱାଗତପାଇଁ ନିଜକୁ ଅଭିବ୍ୟକ୍ତ କରିବା ପାଇଁ ଆତଶବାଜି ବା ରାତ୍ର ସମାରୋହର ସେମିତି କୌଣସି ଉଶୃଙ୍ଖଳିତ ଘଟଣା କଲି ଅନୁଗୁଳ ସହରରେ ଘଟିଥିବା ଖବର  ଆସିନାହିଁ- ଯେମିତ ଅନ୍ୟ ନୂଆ ବର୍ଷମାନଙ୍କରେ ହୋଇଥାଏ |ଲୋକେ ଘରେ ରହି ଏ ନୂଆ ବର୍ଷର ଆଗମନକୁ ପାଳନ କରିଛନ୍ତି |

ଏକ ସତର୍କତାମୂଳକ ପଦକ୍ଷେପ ହିସାବରେ  ଓଡିଶା ସରକାର 31 ତାରିଖ ରାତିରେ ସାରା ରାଜ୍ୟପାଇଁ  କରଫୁ ଜାରି କରିଥିଲେ,ସବୁ  ପ୍ରକାର ସାମୁହିକ ଭୋଜି ମହୋତ୍ସବ, ଆତଶବାଜି ପ୍ରଦର୍ଶନ କୁ ମନା  କରାଯାଇଥିଲା| ଘରେ ରହି ନୂଆବର୍ଷ ପାଳନ କରିବାକୁ କୁହାଯାଇଥିଲା |  ଅନୁଗୁଳର ପୋଲିସ ତଥା ପ୍ରଶାସନ ଏ ଦିଗରେ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିଥିଲେ |ଏବଂ ତାର ପ୍ରଭାବ ଅନୁଗୁଳ ସହରରେ ଦେଖିବାକୁ ମିଳିଥିଲା |ନାଇଟ କ୍ଲବ, ହୋଟେଲ ଆଦିରେ ଜନସମାଗମ ଉପରେ କଟକଣା ଲଗାଯାଇଥିଲା | ଅନୁଗୁଳର ମନ୍ଦିର ସବୁ ମଧ୍ୟ କଟକଣା ଅନ୍ତର୍ଭୁକ୍ତ ହୋଇଥିଲା |

ଅବଶ୍ୟ ଦେଶରେ ତଥା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ କମିଛି, ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି | ଫଳସ୍ୱରୂପ ଆଜି ସୁଦ୍ଧା ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର 96 ପ୍ରତିଶତ ଭଲ ହୋଇ ଘରକୁ ଫେରିଛନ୍ତି| ଏ ମାତ୍ରା ଓଡ଼ିଶାରେ 98 ପ୍ରତିଶତରୁ ଅଧିକ | ଅତଏବ ଓଡ଼ିଶାରେ ବର୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା 3 ଲକ୍ଷ 29 ହଜାରରୁ କମି 2261 ଅଛି| ରାଜ୍ୟରେ ଦୈନିକ ରିପୋର୍ଟ ହେଉଥିବା ରୋଗୀଙ୍କ ସଂଖ୍ୟା ଏବେ  3 ଶହ ଅଖାପାଖି ରହୁଛି, ଯାହାକି ଅକଟୋବର ମାସରେ 4 ହଜାର ପାଖାପାଖି ରହୁଥିଲା | ତା ସହିତ କୋଭିଡ ଟୀକା ର ଟ୍ରାଏଲ ମଧ୍ୟ ଭାରତରେ ଆରମ୍ଭ ହେଇଗଲାଣି, ଦିନେ ଦୁଇଦିନ ଭିତରେ ଓଡ଼ିଶାରେ ଆରମ୍ଭ  ହେଇଯିବ| କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହିତ ମିଶି ସାମୁହିକ ଟୀକାକରଣ ର ଯୋଜନା ପ୍ରସ୍ତୁତ କାମରେ ଲାଗି ପଡିଛନ୍ତି | ତଥାବି, କରୋନାର ବିପଦ ଯେ ଟଳିନି ଏହା ଏକ ସାବଧାନାଯୁକ୍ତ ସତ୍ୟ | ତେଣୁ ସଂଯମତା  ରକ୍ଷା କରିବା ପାଇଁ ସରକାର ବାରମ୍ବାର  ଦେଶବାସୀଙ୍କୁ ସଚେତନ କରାଉଛନ୍ତି | ନୂଆ ବର୍ଷ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଲୋକଙ୍କୁ ଏ ଦିଗରେ ସତର୍କ କରିବାକୁ ଯାଇ କହିଛନ୍ତି ” ଦବାଇ ଭି କଡ଼ାଇ ଭି “

 ଯେତେଦୂର ଅନୁଗୁଳରେ ଲୋକଙ୍କର କୋଭିଡ -ଆଚରଣ କଥା, ଏହାକୁ ଅନେକ ସ୍ଥଳରେ ଭଲ କୁହାଯାଇ ପାରିବ ନାହିଁ | ହାଟ, ବଜାରରେ ଲୋକଙ୍କ ବେପରୁଆ ଗହଳି ପ୍ରାୟ ଦେଖିବାକୁ ମିଳେ |ତେଣୁ ଆଜି ତାରିଖରେ ଅନୁଗୁଳରେ 204 ସକ୍ରିୟ କୋଭିଡ ସଂକ୍ରମିତ ଅଛନ୍ତି| ସୁନ୍ଦରଗଡ ଓ କଟକ ପରେ ଏହା ଓଡ଼ିଶାର ତୃତୀୟ ସର୍ବାଧିକ ସକ୍ରିୟ ସଂକ୍ରମିତ ଧରିଥିବା ଜିଲ୍ଲା |ଗତ 24 ଘଂଟାରେ ଅନୁଗୁଳରୁ 20 ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, କଟକ ଓ ଖୋର୍ଦ୍ଧା ପରେ ଅନୁଗୁଳରୁ ସବୁଠୁ ଅଧିକ ନୂଆ ରୋଗୀ ବାହାରିଛନ୍ତି |ଶିଳ୍ପ ଓ ଖଣି ଅଧ୍ୟୁଷିତ ଜିଲ୍ଲା ଯୋଗୁଁ ଏହା ଏକ କର୍ମ ଚଂଚଳ, ତେଣୁ ସଂକ୍ରମଣ ପ୍ରବଣ ମଧ୍ୟ | ତେଣୁ ପ୍ରଶାସନ ଓ ଜନସାଧାରଣ ଟିକେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି |

Leave a Reply

Your email address will not be published. Required fields are marked *