ଓଡ଼ିଶାରେ 13 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଭଦ୍ରକ -5, ଯାଜପୁର-5, ବାଲେଶ୍ୱର -2 ସୁନ୍ଦରଗଡ -1

ଓଡିଶା ରେ ଆଜି ଗୋଟିଏ ଦିନରେ କରୋନା ମାମଲାର 13 ଟି ସକାରାତ୍ମକ ରିପୋର୍ଟ ଆସିଛି| ପ୍ରଥମ ଦଫାରେ 7ଟି ରିପୋର୍ଟ ସକାଳେ ଆସିଥିଲା, ସନ୍ଧ୍ୟାରେ ଆଉ 6 ଟି  ଆସିଲା | ମୋଟ 13 ଟି ମାମଲାରୁ 5ଟି ଭଦ୍ରକ ଜିଲାରୁ, 5ଟି ଯାଜପୁର ଜିଲାରୁ, ଦୁଇଟି ବାଲେଶ୍ୱରରୁ ଆଉ ଗୋଟିଏ ସୁନ୍ଦରଗରଡରୁ ଆସିଛି ବୋଲି ରାଜ୍ୟ ସରକାର ତାଙ୍କର ଟ୍ଵିଟର ହାଣ୍ଡଲରେ ସୂଚନା ଦେଇଛନ୍ତି |

ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲା , ନିର୍ଦ୍ଧିଷ୍ଟ ଭାବରେ ଭୁବନେଶ୍ୱର, 46 କରୋନା ସଂକ୍ରମିତ ସଂଖ୍ୟା ସହିତ ରାଜ୍ୟର ହଟସ୍ପଟ ଭାବରେ ବ୍ୟବସ୍ଥାର ନିଦ ହଜେଇ ଦେଇଛି | ଏମିତି କାଳରେ ଭୁବନେଶ୍ୱର ବାହାରେ  ଯାଜପୁର, ଭଦ୍ରକ ଆଉ ବାଲେଶ୍ୱରରୁ ଏକାଥରକେ ଏତେ ସଂଖ୍ୟାରେ କରୋନା ମାମଲା ବାହରିକି ଆସିବା ସତରେ ଚିନ୍ତାଜନକ |

ଓଡ଼ିଶାରେ ପ୍ରଥମ କରୋନା ଆବିର୍ଭାବ ହେବାର ୧ମାସରୁ ଅଧିକ ସମୟ ପରେ, ଅଠର ତାରିଖରେ ବାଲେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଲେ କିନ୍ତୁ ତାର ୨ ଦିନ ପରେ ସେ ଜିଲ୍ଲାରୁ ଆହୁରି ୨ଟା ମାମଲା ବାହାରିଲା | ଯାଜପୁର ଜିଲ୍ଲାରେ ଦିଟା କରୋନା ମାମଲା ଥିଲା, ସେଥିରୁ ଗୋଟିଏ ଠିକ ହେଇଯାଇଥିଲା, ଦ୍ୱିତୀୟ ମାମଲାଟି  ୭  ଦିନ ତଳେ ଆସିଥିଲା ;  କିନ୍ତୁ, ସେଠୁ   ଆଜି ଆହୁରି ୫  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏସବୁ ଭିତରେ ଭଦ୍ରକ ପାଇଁ ସରକାରଙ୍କୁ ଆଉଥରେ ଅଂଟାଭିଡିବାକୁ ପଡୁଛି | ଭଦ୍ରକରେ ୩ଜଣ ଆକ୍ରାନ୍ତ ଥିଲେ, ଭୁବନେଶ୍ୱର ପରେ ଭଦ୍ରକରେ ସବୁଠୁ ଅଧିକ କରୋନା ରୋଗୀ ଧରାପଡ଼ିଥିଲେ, କିନ୍ତୁ ଗତ ୨ ସପ୍ତାହରେ ସେଠୁ ଆଉ କୌଣସି ନୂଆ  ମାମଲା ଉପରକୁ ଆସିନଥିଲା| ସେଥିପାଇଁ, ଭଦ୍ରକ  କେନ୍ଦ୍ରରେ ନାଁ କରିଥିଲା | କିନ୍ତୁ ସୋମବାର ଦିନ ଏ ଜିଲ୍ଲାରୁ ଏକାଥରକେ  ୫ ମାମଲା ବାହାରିଲା |

ତେବେ, ଏଯେଉଁ  ତେର ନୂଆ ମାମଲା ଆସିଛି ସେଥିରୁ ବାଲେଶ୍ୱରର ୨ ଆଉ ସୁନ୍ଦରଗଡ ର ଗୋଟିଏ ଛାଡିଦେଲେ ବାକି 10 ମାମଲାର ପଶ୍ଚିମ -ବଙ୍ଗ ଲିଙ୍କ ରହିଛି | ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଭଦ୍ରକର 5ଜଣ ଆଉ ଯାଜପୁରର 5ଜଣ କଲିକତାରେ ଶ୍ରମିକ ଭାବରେ କାମକରନ୍ତି | ରାଜ୍ୟ ସୀମାରେ ଏତେ କଡା କଟକଣା ସତ୍ୱେ ଏମାନେ କେମିତି ପଶ୍ଚିମ ବଙ୍ଗରୁ ଓଡିଶା ବିନା ଯାଞ୍ଚରେ ଆସିଲେଭାରି ତାହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ, କିନ୍ତୁ ଏକଥା ସତଯେ ଓଡ଼ିଶାରେ କରୋନା ରୋଗୀ ସଂଖ୍ୟାରେ ପଡୋଶୀ ପଶ୍ଚିମ ବଙ୍ଗର ଯଥେଷ୍ଟ ଅବଦାନ ରହିଛି | ରାଜ୍ୟର ମୋଟା 74 ଆକ୍ରାନ୍ତଙ୍କ ଭିତରୁ 24 ଜଣଙ୍କର କରୋନା ସ୍ରୋତ ପଶ୍ଚିମ ବଙ୍ଗରୁ ସିଧା ଆସିଛି | ଏକଥା ରାଜ୍ୟସରକାର ଧରିପାରିଛନ୍ତି | ତେଣୁ ଗୋଟେ ଅନୁରୋଧ ଜାରି କରି ଗତ 28 ଦିନ ଭିତରେ ସେଠୁ ଆସିଥିବା ସମସ୍ତ ବ୍ୟକ୍ତି ନିଜ ପରିଚୟ ଦେବାକୁ କହିଛନ୍ତି |  

ଗତ 48 ଘଣ୍ଟା ଭିତରେ ଭୁବନେଶ୍ୱର ରୁ କୌଣସି ନୂଆ ମାମଲା ସାମନାକୁ ଆସିନି, ତାହାଏକ ଆଶ୍ବସ୍ତିର ବିଷୟ | ଆଉ ଗୋଟେ ଅସ୍ବସ୍ତିର ବିଷୟ ହେଉଛି ଏବେ ରାଜ୍ୟର 24ଜଣ କରୋନାମୁକ୍ତ ହୋଇ  ଘରକୁ ଫେରି ଯାଇଛନ୍ତି |

Leave a Reply

Your email address will not be published. Required fields are marked *